ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ଜାନୁଆରୀ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ

ଭୁବନେଶ୍ୱର ଠାରେ ଆରମ୍ଭ ହେଉଅଛି। ଟିୟୁସିଆଇ ର ଏହି ଦଶମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ଜାନୁଆରୀ ୨୭ ତାରିଖ ଅପରାହ୍ନ ୨ ଟା ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଆରମ୍ଭ ହୋଇ ଲୋୟର ପିଏମଜି ପର୍ଯ୍ୟନ୍ତ ଶ୍ରମିକ ଶୋଭାଯାତ୍ରାରେ ଯାଇ ସଭା ଅନୁଷ୍ଠିତ ହେବ । ଏହା ର ସାଧାରଣ ସଭା ଅପରାହ୍ନ ୩ ଟାରେ ଆରମ୍ଭ ହେବ । ସମଗ୍ର ଭାରତରୁ ଶ୍ରମିକ ଶ୍ରେଣୀର ନେତୃତ୍ବ ଓ କର୍ମକର୍ତ୍ତା ଅଂଶଗ୍ରହଣ କରିବେ ।
ଦ୍ୱିତୀୟ ଦିନ ଅର୍ଥାତ ୨୮ ତାରିଖ ପୂର୍ବାହ୍ନ ୧୦ଟା ରେ ଟିୟୁସିଆଇ ର ଉଦ୍ଘାଟନୀ ଅଧିବେଶନ ଲୋହିଆ ଏକାଡେମୀ ସାଥୀ ଶିବରାମ ଓ ଶର୍ମିଷ୍ଠା ନଗର) କମ୍ରେଡ୍ ପିଜେ ଜେମ୍ସ, ସିପିଆଇ (ଏମ୍ ଏଲ୍ ) ରେଡ୍ ଷ୍ଟାର ସାଧରଣ ସମ୍ପାଦକ କମ୍ରେଡ୍ ପିଜେ ଜେମ୍ସ, ଟିୟୁସିଆଇର କେନ୍ଦ୍ରୀୟ ସଂଯୋଜକ ଆଲେକଜାଣ୍ଡର ସ୍ନାଇଡର୍, ଟିୟୁ ଲିଡର ଜର୍ମାନୀ, ଇସ୍ୱର ପ୍ରସାଦ ତିମାଲସିନା ଏଏନଆରଟିୟୁଏଫ୍ ନେପାଳ, କମ୍ ବିନୋଦ କୁମାର ଥାପା, ଏଏନଆରଟିୟୁଏଫ୍ ନେପାଳ ଆଇଏଫଟିୟୁ ହାଇଦ୍ରାବାଦର ଜେନେରାଲ ସେକ୍ରେଟାରି, କମ୍ ଏସ୍ ବାଲାନ ଆଡଭୋକେଟ ବେଙ୍ଗାଲୁରୁ, ଆରସିଏଫ ଦିଲ୍ଲୀର ଅଖିଳ ଭାରତୀୟ ଆବାହକ ତୁହିନ, ପଶ୍ଚିମବଙ୍ଗର କମ୍ ଶଙ୍କର, ସ୍ୱାଗତ କମିଟି ଅଧ୍ୟକ୍ଷ ପ୍ରଫୁଲା ସାମନ୍ତରାୟ, ଉପାଧ୍ୟକ୍ଷ ଶ୍ରୀମନ୍ତ ମହାନ୍ତି, ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ ଏବଂ ଅନ୍ୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ଏବଂ ସନ୍ଧ୍ୟା ୫ଟା ରେ ନିଓଫାସିଷ୍ଟ ପରିପ୍ରେକ୍ଷୀରେ ଶ୍ରମିକ ଶ୍ରେଣୀର କାର୍ଯ୍ୟ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଆମେ ଗଣମାଧ୍ୟମ ବନ୍ଧୁମାନଙ୍କୁ ନିବେଦନ କରୁଛୁ ଉପସ୍ଥିତ ରହି ସଦୟ ପ୍ରକାଶନ ଓ ପ୍ରସାରଣ କରିବା ପାଇଁ ନିବେଦନ।

Live Cricket Live Share Market

जवाब जरूर दे 

[poll]

Related Articles

Back to top button
Close
Close