ଶ୍ରୀଯୁକ୍ତ ନିର୍ଦେଶକ/ସମ୍ପାଦକ ବୈଦୁତିକ ଗଣମାଧ୍ୟମ ତଥା ସମସ୍ତ ଛାପା ଗଣମାଧ ଆସନ୍ତା 22 ନଭେମ୍ବର 2023 ରେ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ରାଜସ୍ୱ ଜମି ପଟ୍ଟା ଏବଂ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବିରେ ବିକ୍ଷୋଭ ସମାବେଶକୁ ଗଣମାଧ୍ୟମରେ ପ୍ରସାର ପ୍ରସାରଣ ପାଇଁ ନିମନ୍ତ୍ରଣ ପତ୍ର

ସାଲିଆସାହିଁ ଆଞ୍ଚଳିକ କମିଟି ତରଫରୁ ଆସନ୍ତା 22 ନଭେମ୍ବର 2023 ରେ ସାଲିଆସାହି ବସ୍ତିକୁ 600 ବର୍ଗ ଫୁଟର ଜମିପଟା ଓ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବିରେ ବିଧାନସଭା ଅଭିଯାନ ସଂଗଠିତ କରାଯିବ । ଭୁବନେଶ୍ବରର ସମସ୍ତ ବସ୍ତିକୁ ଉଷା ସର୍ଭେ କରାଯିବା ପରେ ଜମି ଅଧିକାର ଦିଆଯାଉଥିବା ବେଳେ ସାଲିଆସାହିକୁ ସର୍ଭେ କରାଗଲା ନାହିଁ, ସାଲିଆସାହି ଜଙ୍ଗଲ ଜମିରେ ଥିବାରୁ 2017 ସହରାଞ୍ଚଳ ବସ୍ତି ବାସିନ୍ଦାକୁ ଜମି ଅଧିକାର ଆଇନରେ ଜମି ଦିଆଯାଇ ପାରିବ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କଲେ । ବସ୍ତି ଭିତରେ 200 ଫୁଟର ରାସ୍ତା ନାମରେ ସର୍ଭେ କରି ବସ୍ତିବାସିନ୍ଦାଙ୍କୁ ଘର ଦବାକୁ କହି ଟ୍ରାନଜିଟ କ୍ୟାମ୍‌କୁ ଠେଲି ଦେବା ଚକ୍ରାନ୍ତ କରାଯାଇଛି । ଏହି ସମସ୍ୟାକୁ ନେଇ ସାଲିଆସାହିର ମଇଳା ଟାଙ୍କି ଛକଠାରୁ,ସକାଳ 10 ଘଟିକା ସମୟରେ ପଟୁଆର ବାହାରି ବିଧାନସଭା ସମୁଖରେ ଦିନ 12:30 ଘଟିକା ସମୟରେ ବିକ୍ଷୋଭ ସଂଗଠିତ କରାଯାଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ

ଏହି କାର୍ଯ୍ୟକ୍ରମରେ ଆପଣଙ୍କ ଗଣମାଧ୍ୟମ ପ୍ରତିନିଧ କ୍ୟାମେରା ଟିମ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରସାର ପ୍ରସାରଣ କରିବା ପାଇଁ ମ୍ପାଦର ନିମନ୍ତ୍ରଣ କରୁଅଛୁ ।

Live Cricket Live Share Market

जवाब जरूर दे 

[poll]

Related Articles

Back to top button
Close
Close